ଓଡ଼ିଆ ବିଶ୍ଵବିଦ୍ୟାଳୟ

ଓଡ଼ିଆ ବିଶ୍ଵବିଦ୍ୟାଳୟ This is the Official page of Odia University, Satyabadi, Puri, Odisha.

ସତ୍ୟବାଦୀ, 0୬l0୮ : ମହାମନୀଷୀ ପଣ୍ଡିତ ନୀଳକଣ୍ଠ ଦାସ ଭାଷା, ସାହିତ୍ୟ, ସଂସ୍କୃତି, ଇତିହାସ ଓ ଦର୍ଶନ ଶାସ୍ତ୍ର ଅବଗାହୀ ଜଣେ ଯଶସ୍ବୀ ସାରସ୍ୱତ ...
07/08/2026

ସତ୍ୟବାଦୀ, 0୬l0୮ : ମହାମନୀଷୀ ପଣ୍ଡିତ ନୀଳକଣ୍ଠ ଦାସ ଭାଷା, ସାହିତ୍ୟ, ସଂସ୍କୃତି, ଇତିହାସ ଓ ଦର୍ଶନ ଶାସ୍ତ୍ର ଅବଗାହୀ ଜଣେ ଯଶସ୍ବୀ ସାରସ୍ୱତ ପ୍ରତିଭା ରୂପେ ଖ୍ୟାତିଲାଭ କରିଥିଲେ ଏବଂ ଗତ ଶତାବ୍ଦୀରେ ପୂର୍ଣ୍ଣାଙ୍ଗ ଓଡ଼ିଶା ଗଠନ ନିମନ୍ତେ ସ୍ବପ୍ନକୁ ବାସ୍ତବାୟିତ କରିବା ସହ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରି ଯାଇଛନ୍ତି l ତାଙ୍କ ଦୃଷ୍ଟିରେ ଶିକ୍ଷାର ମୂଳ ଉଦ୍ଦେଶ୍ୟ ହେଉଛି ଚରିତ୍ର ନିର୍ମାଣ l ଭାଷା, ସାହିତ୍ୟ, ସଂସ୍କୃତି, ସମାଜ, ରାଜନୀତି ଓ ଦର୍ଶନଶାସ୍ତ୍ର ଦୃଷ୍ଟିରୁ ସେ ଆଧୁନିକ ଓଡ଼ିଶାର ମୂଳଭିତ୍ତି ସ୍ଥାପନ କରିଥିଲେ l ଜଣେ ପ୍ରଚଣ୍ଡ ସ୍ୱାଭିମାନୀ ଓଡ଼ିଆ ଭାବରେ ସେ କାବ୍ୟ-କବିତା, ସମାଲୋଚନା, ବ୍ୟାକରଣ, ଜୀବନୀ ଓ ଇତିହାସ ଆଦି ଗ୍ରନ୍ଥ ରଚନା କରିବା ସଂଗେ ସଂଗେ ଓଡ଼ିଆ ଶିଶୁ ସାହିତ୍ୟ ଓ ଅନୁବାଦର ଆଦି ସ୍ରଷ୍ଟା ଭାବରେ ସ୍ବୀକୃତି ଲାଭ କରିଥିଲେ l ସତ୍ୟବାଦୀ ବନ ବିଦ୍ୟାଳୟର ଅନ୍ୟତମ ପ୍ରତିଷ୍ଠାତା ଭାବରେ ସେ କେବଳ ଶିକ୍ଷାଦାନ ମଧ୍ୟରେ ନିଜକୁ ସୀମିତ ରଖି ନ ଥିଲେ ; ବରଂ ଦେଶର ଜାତୀୟ ସଂଗ୍ରାମ ଓ ନୂତନ ଓଡ଼ିଶା ପ୍ରଦେଶ ଗଠନ ନିମନ୍ତେ ନିର୍ଣ୍ଣାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ବୋଲି ଜାତୀୟ ଶିଶୁ ସାହିତ୍ୟ କେନ୍ଦ୍ର ପ୍ରାକ୍ତନ ମୁଖ୍ୟ ଓ ଉତ୍ତର-ପୂର୍ବାଞ୍ଚଳ ପରିଷଦ ପୂର୍ବତନ ନିର୍ଦ୍ଦେଶକ ଡ. ମାନସ ରଞ୍ଜନ ମହାପାତ୍ର ମତବ୍ୟକ୍ତ କରିଛନ୍ତି l
ଓଡ଼ିଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ବୁଧବାର ଅପରାହ୍ଣରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ୧୪୨ତମ ଜୟନ୍ତୀ ଉତ୍ସବ ବିଶ୍ୱବିଦ୍ୟାଳୟ ପରିସରରେ ପାଳିତ ହୋଇଥିଲା l ଏହି ଅବସରରେ ଆୟୋଜିତ ସ୍ମୃତିସଭାରେ କୁଳପତି ପ୍ରଫେସର୍ ଡ. ସତ୍ୟ ନାରାୟଣ ଆଚାର୍ଯ୍ୟ ପୌରୋହିତ୍ୟ କରିବା ସହ ପଣ୍ଡିତ ନୀଳକଣ୍ଠ ଦାସଙ୍କ କୀର୍ତ୍ତିମାନ୍ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l କୁଳସଚିବ ରଶ୍ମିରେଖା ଦାସ ତାଙ୍କ ବକ୍ତବ୍ୟରେ ଇତିହାସ ଦୃଷ୍ଟିରୁ ନୀଳକଣ୍ଠଙ୍କ ଜୀବନାଦର୍ଶ ଓ କାର୍ଯ୍ୟାବଳୀ ସଂପର୍କରେ ଆଲୋଚନା କରିଥିଲେ l
ଆଞ୍ଚଳିକ, ଜନଜାତି ଭାଷା ଓ ଐତିହ୍ୟ ଅଧ୍ୟୟନ ବିଭାଗ ଅତିଥି ସହଯୋଗୀ ପ୍ରଫେସର୍ ଡ. ନିବେଦିତା ମହାନ୍ତିଙ୍କ ସଂଯୋଜନାରେ ସଂଚାଳିତ ଏହି ସ୍ମୃତିସଭାରେ ଭାଷାବିଜ୍ଞାନ ଓ ପ୍ରାକୃତିକ ଭାଷା ସଂସାଧନ ବିଭାଗ ଅତିଥି ପ୍ରଫେସର୍ ଡ. ଅନନ୍ତ କିଶୋର ଜେନା ବିଂଶ ଶତକ ଭାରତର ସାମାଜିକ, ସାଂସ୍କୃତିକ, ରାଜନୀତିକ ପୃଷ୍ଠଭୂମି ଓ ପଣ୍ଡିତ ନୀଳକଣ୍ଠ ଦାସଙ୍କ ବହୁମୁଖୀ ପ୍ରତିଭା ସଂପର୍କରେ ଆଲୋଚନା କରିଥିବା ବେଳେ ଆଞ୍ଚଳିକ, ଜନଜାତି ଓ ଐତିହ୍ୟ ଅଧ୍ୟୟନ ବିଭାଗ ଅତିଥି ପ୍ରଫେସର୍ ଡ. ବବ୍ରୁବାହନ ମହାପାତ୍ର ନୀଳକଣ୍ଠଙ୍କ ସାରସ୍ୱତ ପ୍ରତିଭା ସମ୍ବନ୍ଧରେ ଚର୍ଚ୍ଚା କରିଥିଲେ l ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ଡ. ରାଧାଗୋବିନ୍ଦ କୁଇଲା ନୀଳକଣ୍ଠ ଦାସଙ୍କ କାବ୍ୟକୃତି ଓ ଜାତୀୟ ଚେତନା ପ୍ରସଙ୍ଗରେ ଆଲୋକପାତ କରିଥିବା ବେଳେ ଭାଷା ଓ ସାହିତ୍ୟ ବିଭାଗ ଅତିଥି ସହଯୋଗୀ ପ୍ରଫେସର୍ ବାସନ୍ତୀ ମହାନ୍ତି ସଂସ୍କାରକ ନୀଳକଣ୍ଠଙ୍କ ସେବା ଓ ସାଧନା ବିଷୟରେ ଆଲୋଚନା କରିଥିଲେ l
ଭାଷାବିଜ୍ଞାନ ଓ ପ୍ରାକୃତିକ ଭାଷା ସଂସାଧନ ବିଭାଗ ଅତିଥି ସହକାରୀ ପ୍ରଫେସର୍ ଡ. କୁଳମଣି ଓଝା, ଏହି ବିଭାଗ ଅତିଥି ଅଧ୍ୟାପିକା ଡ. ଶୁଭସ୍ମିତା ନାୟକ, ଭାଷା ଓ ସାହିତ୍ୟ ବିଭାଗ ଅତିଥି ଅଧ୍ୟାପିକା ଡ. ମୋନାଲି ଚ୍ୟାଙ୍ଗ୍ ଓ ଜନଜାତି ଭାଷା ଓ ଐତିହ୍ୟ ଅଧ୍ୟୟନ ବିଭାଗ ଅତିଥି ଅଧ୍ୟାପିକା ଡ. ସସ୍ମିତା ଜେନା ପ୍ରମୁଖ ନୀଳକଣ୍ଠଙ୍କ ଉଦ୍ଦେଶ୍ୟରେ ସ୍ମୃତିଅର୍ଘ୍ୟ ଅର୍ପଣ କରିଥିଲେ l ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷା ଡ. ଲିପିକା ନାୟକ ପଣ୍ଡିତ ନୀଳକଣ୍ଠ ଦାସଙ୍କ ବ୍ୟକ୍ତିତ୍ୱର ଅମଳିନ ଆଭା ଓ ଆଦର୍ଶ ପ୍ରସଙ୍ଗ ଉଲ୍ଲେଖ ପୂର୍ବକ ଶେଷରେ ଆନୁଷ୍ଠାନିକ ଭାବରେ ଧନ୍ୟବାଦ ଅର୍ପଣ କରିଥିଲେ l ଛାତ୍ରଛାତ୍ରୀଙ୍କ ମଧ୍ୟରୁ ବିଶ୍ୱଜିତ ଦଳାଇ, ସାଇପ୍ରସାଦ ପଟ୍ଟନାୟକ, ନିରଞ୍ଜନ ନାୟକ ଓ ଅନ୍ନପୂର୍ଣ୍ଣା ରଥ ନୀଳକଣ୍ଠଙ୍କ ସାରସ୍ୱତ ବ୍ୟକ୍ତିତ୍ୱ ସଂପର୍କରେ କହିଥିବା ବେଳେ ରାଜଶ୍ରୀ ସାହୁ କବିତା ଆବୃତ୍ତି କରିଥିଲେ l ପ୍ରାରମ୍ଭରେ ଆଶାରାଣୀ ବେହୁରା ଓ ତପସ୍ୱିନୀ ପୋଥାଳ ନୀଳକଣ୍ଠ ଦାସଙ୍କ ବିରଚିତ ରାମଚଣ୍ଡୀରେ ରାତି କବିତାରୁ କିୟଦଂଶ ଗାନ କରିଥିଲେ l

ପଣ୍ଡିତ ନୀଳକଂଠ ଦାସଙ୍କ ଜନ୍ମ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ ।
05/08/2026

ପଣ୍ଡିତ ନୀଳକଂଠ ଦାସଙ୍କ ଜନ୍ମ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ ।

05/07/2026
ଓଡ଼ିଆ ବିଶ୍ଵବିଦ୍ୟାଳୟ ତରଫରୁ ମେସ ପରିଚାଳନା ନିମନ୍ତେ ଟେଣ୍ଡର ମାଧ୍ୟମରେ ଯୋଗ୍ୟ ସଂସ୍ଥା ମାନଙ୍କଠାରୁ ଦରଖାସ୍ତ ଆହ୍ଵାନ କରାଯାଉଅଛି ଯାହାର ଶେଷ...
10/06/2026

ଓଡ଼ିଆ ବିଶ୍ଵବିଦ୍ୟାଳୟ ତରଫରୁ ମେସ ପରିଚାଳନା ନିମନ୍ତେ ଟେଣ୍ଡର ମାଧ୍ୟମରେ ଯୋଗ୍ୟ ସଂସ୍ଥା ମାନଙ୍କଠାରୁ ଦରଖାସ୍ତ ଆହ୍ଵାନ କରାଯାଉଅଛି ଯାହାର ଶେଷ ତାରିଖ 29.06.2026 ଧାର୍ଯ୍ୟ କରାଯାଇଅଛି ।

10/06/2026

The Higher Education Department, Government of Odisha invites applications for Free UPSC Civil Services Residential Coaching programme for Odisha domiciled aspirants. (For the session 2026-27)

🗓️ Apply from 8th June to 19th June, 2026
📝 Entrance Examination: 28th June, 2026

CMO Odisha Suryabanshi Suraj
Information & Public Relations Department, Government of Odisha


10/06/2026

Address

Sakshi Gopal
Sakhigopal
752014

Alerts

Be the first to know and let us send you an email when ଓଡ଼ିଆ ବିଶ୍ଵବିଦ୍ୟାଳୟ posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share