27/01/2020
#ରକ୍ତଦାନ_ସମ୍ପର୍କରେ_ଭ୍ରମ_ଦୁର_କରନ୍ତୁ❣️
#ରକ୍ତଦାନକାରି_ନିଜର_ଅଧିକ_ଉପକାର_କରିଥାଏ💝
କୁହାଯାଏ ରକ୍ତଦାନ ମହାପୁଣ୍ୟ। ତଥାପି ଏହାକୁ ନେଇ ଲୋକଙ୍କ ମନରେ ଭ୍ରମଧାରଣା ରହିଛି। ରକ୍ତଦାନ କଲେ ଶରୀରରୁ ରକ୍ତ କମିଯାଏ ବୋଲି ଅନେକଙ୍କ ଧାରଣା। କିଛି ଲୋକ ଭାବନ୍ତି ରକ୍ତଦାନ କଲେ ଶରୀର ଦୁର୍ବଳ ହୋଇଯିବ। ତେବେ ରକ୍ତଦାନ ସମ୍ପର୍କରେ ମନରେ ଥିବା କିଛି ଭ୍ରମଧାରଣା ଦୂର କରନ୍ତୁ।
#ଦୁର୍ବଳ_ଲୋକ_ମଧ୍ୟ_ରକ୍ତଦାନ_କରିପାରିବେ : ଲୋକଙ୍କ ମନରେ ଧାରଣା ଥାଏ ଦୁର୍ବଳ ଲୋକ ରକ୍ତଦାନ କଲେ ଆହୁରି ଦୁର୍ବଳ ହୋଇଯିବେ। ଏହା ଶରୀର ପ୍ରତି କୁପ୍ରଭାବ ପକାଇବ। କିନ୍ତୁ ନା ଏମିତି କିଛି ହୋଇ ନ ଥାଏ। ଆପଣଙ୍କ ଓଜନ ୫୦ କିଲୋଗ୍ରାମ ଥିଲେ ରକ୍ତଦାନ କରିପାରିବେ।
#ମହିଳାମାନେ_ରକ୍ତଦାନ_କରିପାରିବେ : ଅଧିକାଂଶ ଲୋକ ଭାବନ୍ତି ମହିଳାମାନେ ରକ୍ତଦାନ କରିବା ଉଚିତ ନୁହଁ। କିନ୍ତୁ ଶରୀରରେ ହିମୋଗ୍ଲୋବିନ୍ର ମାତ୍ରା କେତେ ଅଛି ତାହା ଦେଖି ମହିଳାମାନେ ରକ୍ତଦାନ କରିପାରିବେ। ହିମୋଗ୍ଲୋବିନ୍ ଏକ ପ୍ରୋଟିନ୍, ଯାହା ରକ୍ତର ରଙ୍ଗକୁ ଲାଲ୍ କରିଥାଏ।
#ଶାକାହାରୀଙ୍କୁ_ରକ୍ତଦାନ_ମନାନୁହେଁ : ଲୋକଙ୍କ ମନରେ ଭ୍ରମଧାରଣା ଥାଏ ମାଂସାହାରୀଙ୍କଠାରେ ଅଧିକ ଆଇରନ୍ ଥିବାରୁ ସେମାନେ ରକ୍ତଦାନ କରିପାରିବେ। କିନ୍ତୁ ଶାକାହାରୀ ମଧ୍ୟ ରକ୍ତଦାନ କରିବାରେ କୌଣସି ଅସୁବିଧା ନ ଥାଏ ବୋଲି ବିଶେଷଜ୍ଞମାନେ କୁହନ୍ତି। କାରଣ ପାଳଙ୍ଗ, ରାଜ୍ମା ଏବଂ କିସ୍ମିସ୍ରେ ଅଧିକ ହିମୋଗ୍ଲୋବିନ୍ ଥାଏ। ତେଣୁ ଶାକାହାରୀ ରକ୍ତଦାନ କରିପାରିବେ।
#ଶରୀରରେ_ରକ୍ତ_ସୀମିତ_ସତ : ଅଧିକାଂଶ ଲୋକ ଭାବିଥାନ୍ତି ଶରୀରରେ ରକ୍ତ ସୀମିତ। ତେଣୁ କାହାକୁ ରକ୍ତଦାନ କଲେ ଏହା ଶରୀର ପ୍ରତି କ୍ଷତି ପହଞ୍ଚାଇଥାଏ। ଯେତେବେଳେ ରକ୍ତଦାନ କରିବେ ସେତେବେଳେ ରେଡ୍ ବ୍ଲଡ୍ ସେଲ୍ସର କମ୍ ସିଗ୍୍ନାଲ ମିଳିଥାଏ। ଏଥିରେ ଅଧିକ ଆର୍ବିଏସ୍ ସୃଷ୍ଟି ହୋଇଥାଏ। ତେଣୁ ରକ୍ତଦାନ କଲେ ଆପଣ କେବେ ବି ରୋଗରେ ପଡ଼ିବେ ନାହିଁ।
ରକ୍ତଦାନ ସମାଜ ପାଇଁ ଏକ ମହତ କାର୍ଯ୍ୟ । ତେବେ ରକ୍ତଦାନ କରୁଥିବା ବ୍ୟକ୍ତି ମଧ୍ୟ ଜାଣିବା ଉଚିତ୍ ଯେ ଶରୀରରୁ ରକ୍ତ ଦେବା ଦ୍ୱାରା ସେ ନିଜ ପାଇଁ ମଧ୍ୟ ଉପକାର କରିଥାଏ । ଏହା କହିଛନ୍ତି ବିଶିଷ୍ଟ ସ୍ନାୟୁ ବିଶେଷଜ୍ଞ ଡ. ଅଶୋକ ମହାପାତ୍ର ।
ମଣିଷ ଶରୀରରେ ପ୍ରାୟ ୫ ଲିଟର ରକ୍ତ ରହିଛି ଏବଂ ଯଦି ୨୫୦ ମିଲିଲିଟର ରକ୍ତ ଦାନ କରାଯାଏ ତେବେ ମାତ୍ର ୩୦ ମିନିଟ୍ ମଧ୍ୟରେ ଏହା ପୁଣି ଥରେ ଶରୀରରେ ତିଆରି ହୋଇଥାଏ । ମାତ୍ର ହିମୋଗ୍ଲୋବିନ୍ ସୃଷ୍ଟି ହେବା ପାଇଁ କେତେକ ଦିନ ଲାଗିଥାଏ ।
ପ୍ରଫେସର ମହାପାତ୍ର ଆହୁରି ମଧ୍ୟ କହିଥିଲେ ଯେ ଯଦି ଜଣେ ବ୍ୟକ୍ତି ନିୟମିତ ରକ୍ତଦାନ କରେ ତେବେ ଏହା ଦ୍ୱାରା ଶରୀରରେ ବାରମ୍ୱାର ସୃଷ୍ଟି ହୋଇଥାଏ । ଯଦି କୌଣସି ଦୁର୍ଘଟଣା ଘଟେ ଏବଂ ଅଧିକ ରକ୍ତ କ୍ଷୟ ହୋଇଥାଏ ତେବେ ଯେଉଁ ବ୍ୟକ୍ତି ଅଧିକ ରକ୍ତଦାନ କରିଥାଏ ତା’ର ଏହି ଦୁର୍ଘଟଣାରୁ ଶୀଘ୍ର ସୁସ୍ଥ ହେବାର କ୍ଷମତା ଅଧିକ ଥାଏ ।
#ସମାଜରେ_ଜନ_ସଚେତନତା_ନିମନ୍ତେ_ଉଦ୍ଦିଷ୍ଟ