Odia Dept.- Utkal University, Odisha

Odia Dept.- Utkal University, Odisha Laboratory of Odia Language, Literature, Society, Culture & Customs...

https://m.facebook.com/story.php?story_fbid=834079892053932&id=100063557876770&mibextid=Nif5oz
28/10/2023

https://m.facebook.com/story.php?story_fbid=834079892053932&id=100063557876770&mibextid=Nif5oz

#ଓଡିଆ_ଭାଷା_ବିକାଶ_ମଞ୍ଚ, ରାଉରକେଲା ଆୟୋଜନ କରୁଛି...
#ଭଗବତୀଚରଣ_ପାଣିଗ୍ରାହୀଙ୍କ #ସ୍ମୃତି_ଦିବସ ଓ #ଗୁରୁଚରଣ_ପଟ୍ଟନାୟକଙ୍କ #ଜୟନ୍ତୀ ...

#ତାରିଖ: ୨୯.୧୦.୨୦୨୩
#ସମୟ: #ସଂଧ୍ଯା ଘ୬.୦୦ଟିକା
#ସ୍ଥାନ : #କଲଚରାଲ_ଏକାଡ଼େମୀ

#ଆଲୋଚନା_ବିଷୟ: #ଓଡ଼ିଶାରେ_ବୈଜ୍ଞାନିକ_ସମାଜବାଦ_ସୃଷ୍ଟ_ସାହିତ୍ୟ
#ମୁଖ୍ୟ_ଆଲୋଚକ: ଅଧ୍ୟାପକ #କରୁଣାକର_ପାଟ୍ଟଶାଣୀ

#ସଭାପତି: ଶିକ୍ଷାବିତ #ପ୍ରଶାନ୍ତ_କୁମାର_ପତି
#ସାଧାରଣ_ସଂପାଦକ #ଆର୍ତ୍ତତ୍ରାଣ_ମହାପାତ୍ର

06/08/2023

।‌। #ରାଉରକେଲା_ଓଡ଼ିଆ_ଅଧ୍ୟାପକ_ଅଧ୍ଯାପିକା_ସମ୍ମିଳନୀ -୨୦୨୩ ।।

#ତାରିଖ : ୦୬।୦୮।୨୦୨୩, ରବିବାର
#ସମୟ : ଅପରାହ୍ଣ ଘ୩.୧୫ମିନିଟ୍
#ସ୍ଥାନ : ପ୍ରେକ୍ଷାଳୟ,
#ସୁଶୀଳାବତୀ_ସରକାରୀ_ମହିଳା_ମହାବିଦ୍ୟାଳୟ,
ସେକ୍ଟର -୦୨, #ରାଉରକେଲା।

23/02/2023

#ଦେବୀ (୨)
**********
ତୁମରି ଔଦ୍ଧତ୍ୟ ଓ ଅହଂକାରର ଗରଳକୁ ହିଁ
ଆୟୂଧ କରି ବିଷକନ୍ୟା ପାଲଟୁଛି ମୁଁ !!!!
ନଖ ଦନ୍ତ ଦୃଷ୍ଟି ସ୍ପର୍ଶ ଏମିତିକି
ନିଃଶ୍ବାସରେ ମଧ୍ଯ ହଳାହଳ ଭରି ନେଇଛି,
ତୁମର ବିଷାକ୍ତ ଆବେଗ ଓ ଆସକ୍ତିକୁ
କବଚ କରିଛି,
ପୂର୍ଣ୍ଣାହୁତି ପୂର୍ବରୁ
ବିଗତ ଆଗତ ଆୟୁ
ବାଜି ଲଗାଇ ଦେଇଛି।
ପ୍ରତ୍ଯକ୍ଷ କର
ଅବଳା ଦୁର୍ବଳା ଲତାଟିଏ
କେମିତି ମହୀରୂହ ହୁଏ,
ରକ୍ତବୀର୍ଯ୍ୟ ବୀଜ ସବୁ
ବିଞ୍ଚି ପଡୁଥାଏ
ବିଷଫୁଲର ପରାଗ ସାଥିରେ
ବିଷପତ୍ରର ପବନ ଡ଼େଣାରେ ,
ମୋର ଅକୃତ ପାପର
ଚାରି ଦୁଆର ଟପି
ତୁମ ପୁରୁଷାକାରର ସଶକ୍ତ ପହରା ଫାଙ୍କି ।
କରିଆସିଛି ତ ଅନନ୍ତ କାଳରୁ
ଅଭିନୟ: ନିଚ୍ଛକ ନିଖୁଣ ଦେବୀ ଭୂମିକାରେ
ନିରଭିଯୋଗ ନିର୍ବିକାରରେ ...
କିନ୍ତୁ କାହିଁକି ...କାହିଁକି ଯୋଡୁଛ
ତୁମର ତଥାକଥିତ ସମ୍ଭ୍ରାନ୍ତ ଇହକାଳକୁ
ମୋର ପରକାଳ ସାଥିରେ,
କାହିଁକି ଅପରିହାର୍ଯ୍ଯ
ଅଗ୍ନିସ୍ନାନ ଜଳନ୍ତା ଜୁଇରେ
ଅବା ସାଧ୍ଵୀର ତ୍ଯାଗପୂତ କୃଚ୍ଛ ତପଶ୍ଚର୍ଯ୍ଯା
ଯାତନାର ଜତୁଗୃହରେ ।
ମୋଟ ଉପରେ କ'ଣ ଆବଶ୍ୟକ
ଦେବୀ ପଣିଆରେ...
ଗଛ, ବୃଚ୍ଛ, କୀଟ, ପକ୍ଷୀ ବି
ଜୀଅଁନ୍ତି ନିଜ ସର୍ତ୍ତରେ ,
ଜୀବନକୁ ନିବିଡ଼ଭାବେ
ଜଡାଇ ଧରିବାକୁ ଦିଅ
ଜଡ଼ସଡ଼ ହୋଇ ଅନ୍ତରଙ୍ଗ ଅନୁଭବରେ ,
ଝୁଣ୍ଟି ପଡ଼ି ପୁଣି ଉଠିବାକୁ
ସାବଲୀଳତାର ଜଣା ଅଜଣା ମୋଡରେ ,
ଖୁସିର ରଙ୍ଗବେରଙ୍ଗ ଶାମୁକା ସାଉଁଟୁ ସାଉଁଟୁ
ଜୀବନ ଢେଉର ଚଳମାନ ଅସ୍ଥିରତା

ମୃତ୍ଯୁର ନିଥର ବିଶ୍ୱସ୍ତତାର
ବେଳାଭୂମିରେ ......

#କୃଷ୍ଣା_ସାହୁ
#ରାଜଗାଙ୍ଗପୁର

 #କରୁଣାକର_ପାଟ୍ଟଶାଣୀ   ୍ବାଗତିକା_ବସନ୍ତ_ଉଦ୍ଦେଶ୍ଯରେ...
14/02/2023

#କରୁଣାକର_ପାଟ୍ଟଶାଣୀ ୍ବାଗତିକା_ବସନ୍ତ_ଉଦ୍ଦେଶ୍ଯରେ...

କବି  #ଚିତ୍ତରଂଜନ_ନାୟକଙ୍କ କବିତା  #ପ୍ରେମିକା
14/02/2023

କବି #ଚିତ୍ତରଂଜନ_ନାୟକଙ୍କ କବିତା #ପ୍ରେମିକା

କବି  ାହାଲାଙ୍କ  #ସନେଟ୍  #ଚୁମ୍ବନ_ଓ_ଚୁମା
14/02/2023

କବି ାହାଲାଙ୍କ #ସନେଟ୍ #ଚୁମ୍ବନ_ଓ_ଚୁମା

21/10/2022
21/10/2022
https://liveradios.in/air-rourkela.htmlସପ୍ରେମ ନମସ୍କାର ଏବଂ ଶାରଦୀୟ ଶୁଭେଚ୍ଛା। ଆମେ ଜାଣିଛେ, ଏବେ *ବନ୍ଯଜନ୍ତୁ ସପ୍ତାହ* ଚାଲିଛି। ଏହ...
08/10/2022

https://liveradios.in/air-rourkela.html

ସପ୍ରେମ ନମସ୍କାର ଏବଂ ଶାରଦୀୟ ଶୁଭେଚ୍ଛା।

ଆମେ ଜାଣିଛେ, ଏବେ *ବନ୍ଯଜନ୍ତୁ ସପ୍ତାହ* ଚାଲିଛି। ଏହି ଭିତରେ ଆସେ *ପ୍ରବାସୀ ପକ୍ଷୀ ଦିବସ* (ତା୦୮।୧୦।୨୦୨୨ରିଖ, ଶନିବାର)। ଇତ୍ୟବସରରେ *ତା୦୯।୧୦।୨୦୨୨ରିଖ ରବିବାର* *ସକାଳ ଘ୭।୨୫ ମିନିଟରେ* ୧୦୨.୬FM ଆକାଶବାଣୀ-ରାଉରକେଲା ସୌଜନ୍ୟରୁ ପ୍ରସାରିତ ହେବାକୁ ଯାଉଛି *_ଶିଶୁରାଇଜ_* କାର୍ଯ୍ୟକ୍ରମରେ ମୋର ବିଷୟ *ପକ୍ଷୀ ଅଭୟାରଣ୍ଯ ଚିଲିକା*। ଶୁଣି ମତାମତ ରଖିବାକୁ ବିଶେଷ ଅନୁରୋଧ। ଶୁଣିବା ପାଇଁ *_ଉପରେ ପ୍ରଦତ୍ତ ଲିଙ୍କକୁ କ୍ଲିକ୍ କରନ୍ତୁ_* ।

*କରୁଣାକର ପାଟ୍ଟଶାଣୀ*
ଓଡ଼ିଆ ଅଧ୍ୟାପକ,
ରାଉରକେଲା କଲେଜ, ରାଉରକେଲା-୦୨
*ଯୋଗାଯୋଗ* : ୭୮୪୭୮୩୦୨୫୪୵୮୦୦୦୪୩୩୨୭୫

AIR Rourkela All India Radio, Odia radio online live .Listen to AIR Rourkela radio plays Odita music and songs.Tune to AIR Rourkela FM

06/10/2022

।। #ଅଶିଣ ।।
(ବରିଷ୍ଠ କବି #ବିପିନ_ନାୟକ)

ଠିକ୍ ଏତକିବେଳେ ମନେପଡେ
ବୁଢ଼ୀ ମା',
'ଯା ଦେବୀ ସର୍ବ ଭୂତେଷୁ' ପରି
ସେ ମୋତେ ଆବୋରି ନିଏ ,

ତା' ପୃଥୁଳ ପୃଥିବୀରେ
ମୁଁ ମୁହଁ ଗୁଂଜେ।

ଅନୁଢା ଅଶିଣ
ସବୁଜ ଧାନବିଲ
କାଶତଣ୍ଡିର କଅଁଳ ସକାଳ ପରି
ତା'ର ଆତ୍ମା ,

ଜହ୍ନିଫୁଲ
କାକର
ଧୂପ ଦୀପରେ
ଗଢା ତା' ର ଶରୀର।

ତା ବେକରେ
ସୁନା ନୁହେଁ
ଚମକୁ ଥାଏ ଚନ୍ଦ୍ର, ସୂର୍ଯ୍ୟ, ଦିଗ୍ ବଳୟ,

ପୋହଳାରେ ପ୍ରବାଳର ଦ୍ବୀପ ,
ଆଖିରେ ରାତ୍ରୀସୁକ୍ତ ,
ପଣତରେ କୋଟିଏ ଅଭୟ...

ମୋତେ ଲାଗେ
ସିଏ ଦୁର୍ଗା ,
ଦୟା କ୍ଷମା କରୁଣାର
ଅନନ୍ତ ସାଗର,
ଯିଏ ଆକାଶର କପାଳରେ
ଖଞ୍ଜି ପାରେ ଚନ୍ଦ୍ରବିନ୍ଦୁ,
ଆଉ ନିଆଁରେ ନିଆଁରେ ଆଙ୍କି ପାରେ
ସମୁଦ୍ରର ସ୍ଵର ।।

Address

Vani Vihar, India. <http://maps. Google. Co. In/maps/place?hl=en&ie=UTF8&q=Address+of+Utkal+University, +Orissa&fb=1&gl=in&hq=Utkal+University, &hnear=Orissa&cid=18004293835206280416&z=14>
Bhubaneswar
751004

Telephone

+918000433275

Website

Alerts

Be the first to know and let us send you an email when Odia Dept.- Utkal University, Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The University

Send a message to Odia Dept.- Utkal University, Odisha:

Share