12/05/2026
ଆମ ବିଦ୍ୟାଳୟରେ ପିଲାମାନେ ନାମ ଲେଖାଇବା ଉଚିତ୍ କାରଣ ଏଠାରେ ଶିକ୍ଷା ସହିତ ଶୃଙ୍ଖଳା, ନୀତି-ନୈତିକତା ଓ ସଂସ୍କାରକୁ ମଧ୍ୟ ଗୁରୁତ୍ୱ ଦିଆଯାଏ। ଅନୁଭବୀ ଓ ସମର୍ପିତ ଶିକ୍ଷକ-ଶିକ୍ଷୟିତ୍ରୀମାନେ ପିଲାମାନଙ୍କୁ ସହଜ ଓ ଆକର୍ଷଣୀୟ ପ୍ରଣାଳୀରେ ପଢ଼ାନ୍ତି।
ଏଠାରେ ପିଲାମାନଙ୍କର କେବଳ ପାଠ୍ୟ ଜ୍ଞାନ ନୁହେଁ, ବରଂ ଆତ୍ମବିଶ୍ୱାସ, ନେତୃତ୍ୱ ଗୁଣ, ଶିଷ୍ଟାଚାର ଓ ସାମାଜିକ ମୂଲ୍ୟବୋଧର ମଧ୍ୟ ବିକାଶ କରାଯାଏ। ଦୁର୍ବଳ ଛାତ୍ରଛାତ୍ରୀଙ୍କ ପାଇଁ ବିଶେଷ ଧ୍ୟାନ ଓ ମାର୍ଗଦର୍ଶନ ଦିଆଯାଏ। ଅଭିଭାବକମାନଙ୍କ ସହ ସମୟୋପଯୋଗୀ ସମ୍ପର୍କ ରଖି ପିଲାମାନଙ୍କ ଉନ୍ନତି ବିଷୟରେ ସୂଚନା ଦିଆଯାଏ।
ଆମ ବିଦ୍ୟାଳୟ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ପାଇଁ ଉତ୍ତମ ଅନୁଷ୍ଠାନ ।